ଓଡିଶା

ଅଦିନିଆ ଥଣ୍ଡା; ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

(ସୁନ୍ଦରଗଡ଼) : ବାତ୍ୟା ହେତୁ ବର୍ଷା ହେବାରୁ ଅଦିନିଆ ଥଣ୍ଡା ଦେଖିବାକୁ ମିଳିଛି । ତେବେ ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । ଦିନର ତାପମାତ୍ରା କମିଛି । ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଥିବାବେଳେ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହୋଲା ପାଗ ଲାଗିରହିଛି । ବର୍ଷା ପାଗ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି ।

ସୂଚନାନୁଯାୟୀ , ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଛୁଟି ଘୋଷଣା ହୋଇଛି । ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି ଅଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାବେଳେ ବୁଧବାର ଉପକୂଳରେ ବି ପାଗ କୋହଲା ରହିଛି । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ ପଡିଛି। ଆନ୍ଧ୍ର ପ୍ରଦେଶର ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମିଗଜୋମ୍‌’ ଦୁର୍ବଳ ହୋଇଛି। ମାତ୍ର ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି।

Related posts

ଶିକାରୀଙ୍କ ପାଇଁ ହୁତୁ ହୁତୁ ହୋଇ ଜଳୁଛି କୁଲଢ଼ିଆ ଜଙ୍ଗଲ

mahabharatanews

କଟକ ଓ କେନ୍ଦ୍ରାପଡାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ

mahabharatanews

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା

mahabharatanews