ଆୟୁଷ୍ମାନ କାର୍ଡ ଧାରୀଙ୍କ ପାଇଁ ବଡ ଅପଡେଟ୍ । ଏନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଣିକି ଆଡମିଟ୍ ପୂର୍ବରୁ ହସ୍ପିଟାଲରେ ହେଉଥିବା ସମସ୍ତ ଖର୍ଚ୍ଚ ଆୟୁଷ୍ମାନ କାର୍ଡ ଦ୍ୱାରା ବହନ କରାଯିବ । ଏବଂ ରୋଗୀ ମେଡିକାଲରେ ବେଡ୍ରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଏହାର ଟେଷ୍ଟ ହେବ । ତେବେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଉଥିବା ରୋଗୀଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ ।

ସାଧାରଣତଃ ଦେଖାଯାଉଥିଲା ଯେ, ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ କରାଯାଇଥିବା ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କ ପରିବାରକୁ ଅଲଗା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହି ଖର୍ଚ୍ଚ ଏବେ ଆୟୁଷ୍ମାନ ପ୍ୟାକେଜ୍ ଅନ୍ତର୍ଭୁକ୍ତ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସମସ୍ତ ଘରୋଇ ହସ୍ପିଟାଲକୁ କଡ଼ା ତାଗିଦ୍ କରାଯାଇଛି । ଯଦି କୌଣସି ହସ୍ପିଟାଲ ଏହି ନିୟମକୁ ଅବମାନନା କରେ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/odishatv/media/media_files/2026/01/19/ayushman-bharat-issues-to-be-resolved-within-3-days-odisha-health-minister-2026-01-19-20-59-31.jpg)
କେବଳ ପରୀକ୍ଷା ନୁହେଁ, ହସ୍ପିଟାଲ କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କିଭଳି ଭଲ ବ୍ୟବହାର କରିବେ, ତାହା ଉପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି । କୌଣସି ପ୍ରକାର ଅଭିଯୋଗ ଯେପରି ନ ଆସିବ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ହସ୍ପିଟାଲ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।
