ମନୋରଞ୍ଜନ

ଆଖି ବୁଜିଲେ ୨୪ ବର୍ଷୀୟ ଅଭିନେତ୍ରୀ 

(ମୁମ୍ବାଇ) : ଆଖି ବୁଜିଲେ ମାଲାୟାଲମ ଅଭିନେତ୍ରୀ ଲକ୍ଷ୍ମି  ସାଜିଭାନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୪ ବର୍ଷ ହୋଇଥିବା ନେଇ ସୂଚନା ରହିଛି ।  ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ‘କକ୍କା’ରେ ପଞ୍ଚାମି ଚରିତ୍ରରେ ଅଭିନୟ କରିବା ପରେ ଲକ୍ଷ୍ମି ବେଶ୍ ଲୋକପ୍ରିୟ ହୋଇଥିଲେ। ତାଙ୍କ ଦେହାନ୍ତ ଖବର ପରେ ମାଲାୟାଲମ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟ ଖେଳିଯାଇଛି ।

ସୂଚନାନୁଯାୟୀ , ଲକ୍ଷ୍ମୀ ସାଜିଭାନଙ୍କ ଅକାଳ ମୃତ୍ୟୁ ଖବର ଭାଇରାଲ ହେବା ପରେ ଖୁବ୍ ଶୀଘ୍ର ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ମାଲାୟାଲମ୍ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହା ବ୍ୟତୀତ ଲକ୍ଷ୍ମିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ଏହି ପୋଷ୍ଟରେ ସେ ସୂର୍ଯ୍ୟାସ୍ତର ଏକ ସୁନ୍ଦର ଚିତ୍ର ସେୟାର କରିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି – ଆଶା ଅଛି … ସମସ୍ତ ଅନ୍ଧକାର ସତ୍ତ୍ୱେ ଆଲୋକ ଅଛି । ଲକ୍ଷ୍ମୀ ସାଜିଭାନ୍ ଟିଭି ଶୋ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ।

Related posts

ସିନେମାହଲ ପରେ ଓଟିଟିରେ ରିଲିଜ ହେବ ଫିଲ୍ମ ‘ଧୁରନ୍ଧର’

mahabharatanews

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି

mahabharatanews

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ଦ୍ଵିତୀୟ ପତ୍ନୀ

mahabharatanews