ମନୋରଞ୍ଜନ

‘ଏହି କାରଣରୁ ଆମ ବୈବାହିକ ଜୀବନ ଭଲ ଚାଲିଛି’ : ପରିଣୀତି 

(ମୁମ୍ବାଇ) :  ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରାଘବ ଚଢା ନିକଟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ଘର‌ଲୋକ ବି ଏପ୍ରସ୍ତାବରେ ରାଜି ହୋଇଯାଇଥିଲେ। ନିକଟରେ ପରିଣୀତି ନିଜର ବିବାହ ପରର ଜୀବନକୁ ସକସେସଫୁଲ ବୋଲି ଜଣାଇବା ସହିତ ଏହା କିପରି ହେଲା ତାହାର କାରଣ ବି ସେ ତାଙ୍କ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି।  ପରିଣୀତି କହିଛନ୍ତି, ‘ମଜା କଥା ହେଉଛି ରାଘବଙ୍କୁ ବଲିଉଡ ବିଷୟରେ କିଛି ଜଣାନାହିଁ। ସେହିପରି ମୁଁ ରାଜନୀତି ବିଷୟରେ କିଛି ଜାଣିନାହିଁ। ଏହି କାରଣରୁ ବୃତ୍ତିଗତ ଜୀବନରେ ଆମେ ସ୍ବାଧୀନ ଭାବେ ଆଗେଇ ଚାଲିଛୁ। କିଏ କାହା ବୃତ୍ତିରେ ହସ୍ତକ୍ଷେପ କରୁନ‌ାହୁଁ। ଏହି କାରଣରୁ ଆମ ବୈବାହିକ ଜୀବନ ହସଖୁସିରେ ଚାଲିଛି।’

ସୂଚନାନୁଯାୟୀ , ପରିଣୀତି ଏବଂ ରାଘବଙ୍କର ୨୦୨୩ ମଇ ୧୩ରେ ଦିଲ୍ଲୀର କପୁରଥାଲା ହାଉସରେ ନିର୍ବନ୍ଧ ହୋଇଥିଲା। ଏହାପରେ ବିବାହ ପାଇଁ ରାଜସ୍ଥାନକୁ ଚୟନ କରାଯାଇଥିଲା। ଇତିମଧ୍ୟରେ ପରିଣୀତି ଏବଂ ରାଘବଙ୍କର ବିବାହକୁ ୭୦ଦିନ ବିତିସାରିଛି।

Related posts

ହୃଦଘାତରେ ଆଖି ବୁଜିଲେ ଅଭିନେତ୍ରୀ କବିତା ଚୌଧୁରୀ

mahabharatanews

ବୁର୍ଜ ଖଲିଫାରେ ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’

mahabharatanews

ଦର୍ଶକଙ୍କ ମନ ମୋହୁଛି  ଫିଲ୍ମ ‘ସତ୍ୟପ୍ରେମ କି କଥା’

mahabharatanews