ଓଡିଶା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିଞ୍ଜିଳିକାଟୁ ବ୍ଲକ୍ ପରିଷରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହିଞ୍ଜିଳିକାଟୁ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ ଙ୍କ ପୌରୋହିତ୍ୟରେ ଆୟୋଜିତ  କାର୍ଯ୍ୟକ୍ରମରେ ମୋଟୋ ୧୮୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୧୪୬ଗୋଟି ବ୍ୟକ୍ତିଗତ ଓ ୪୧ଗୋଟି ଗୋଷ୍ଠିଗତ ଭାବେ ପଞ୍ଜୀକୃତ ହୋଇଥଲା।ଏହି କାର୍ଯ୍ୟକ୍ରମ ରେ ୦୭ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।ହିଞ୍ଜିଳିକାଟୁ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ହିଞ୍ଜିଳିକାଟୁ ପୌର ପରିଷଦ ରେ ଏକ ଟାଉନ୍ ହଲ୍ ଏବଂ ସବୁଦିନ ପାଇଁ ଏକ ତ୍ରିରଙ୍ଗା ପତାକା ପ୍ରଦର୍ଶନ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ,ଜିଲ୍ଲାପାଳ ଭି. କିର୍ତିଭାସନ୍, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିସି,ଜିଲ୍ଲା ଉନ୍ନୟନ ଅଧିକାରୀ ସମିର କୁମାର ଜେନା,ଉପଜିଲ୍ଲାପାଳ ଶିବାଶିଷ ବରାଳ,ତହସିଲଦାର ତପନ କୁମାର ମହାପାତ୍ର,ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଯୁଗ୍ମ ଅଭିଯୋଗ ଶୁଣାଣି ରେ ହିଞ୍ଜିଳିକାଟୁ ଚିଖିତ୍ସାଳୟର ଅଧକ୍ଷ ଡ଼. ଶ୍ରୀକାନ୍ତ କୁମାର ସାହୁ,ଜିଲ୍ଲା ଶ୍ରମଅଧିକାରୀ ବର୍ଷାରାଣୀ ଜେନା,ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ବେଲଙ୍ଗା ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ,ଜଳସମ୍ପଦ କାର୍ଯ୍ଯ ନିର୍ଵାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହି,ଯନ୍ତ୍ରୀ ଅରୁଣ ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ଭାଜରାମ ସାହୁ,ଯନ୍ତ୍ରୀ ପ୍ରଶ୍ନ କୁମାର ଦଳେଇ ଙ୍କ ସମେତ ବିଭିନ୍ନ ବିଭାଗର ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।ହିଞ୍ଜିଳିକାଟୁ ବ୍ଲକ୍ ର ସମସ୍ତ କର୍ମଚାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related posts

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

mahabharatanews

ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ପରଲୋକ

mahabharatanews

୨୮ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ଲତା

mahabharatanews