ଓଡିଶା

ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିବ ଶୀତ 

(ଭୁବନେଶ୍ୱର) : ଓଡ଼ିଶାରେ ଆଗାମୀ ୨ଦିନ ଭିତରେ ରାତିର ତାପମାତ୍ରା ଆହୁରି ୩-୫ଡିଗ୍ରୀ ଯାଏଁ ଖସିବ । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ସାରା ରାଜ୍ୟର ତାପମାତ୍ରା ସ୍ୱାଭାବିକ ଠାରୁ ୪-୮ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ବର୍ତ୍ତମାନ ସମୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରହିବା କଥା ମାତ୍ର ତାହା ୧୪ .୮  ଡିଗ୍ରୀ ରହିଛି । କୋରାପୁଟ ହିଲ୍ ଷ୍ଟେସନ ବ୍ୟତୀତ ଆଉ କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ନାହିଁ ।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ଏଥର ପୂର୍ବ ପାର୍ଶ୍ୱରୁ ଓଡିଶାକୁ ଲଗାତର ଭାବେ ବାତ୍ୟା ରହିଥିଲା । ଏଥିସହ ପଶ୍ଚିମ ବାୟୁ ଆସୁ ନଥିବାରୁ ଶୀତ ହେଉ ନଥିଲା । ଏବେ ପଶ୍ଚିମାବାୟୁ ପ୍ରବାହ ଆସୁଥିବାରୁ ଶୀତ ପଡିପାରେ । ତେବେ, ଚଳିତ ବର୍ଷ ଲଗାତର ଭାବେ ଶୀତ ହେବ ନାହିଁ । ଦୁଇରୁ ତିନି ଦିନ ଶୀତ ରହିବା ପରେ ପୁଣି ପାରଦ ଉପର ମୁହାଁ ହୋଇଯିବ । ପରେ ଏଭଳି ସ୍ଥିତିରେ ଜାନୁୟାରୀ ଶେଷ ନଚେତ୍ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।

Related posts

କରଞ୍ଜିଆ: ଟ୍ରେଜେରୀ ଅଫିସରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ସ୍ୱଂୟ ସାହାୟକ ଗୋଷ୍ଠୀର କରୋନା ସଚେତନତା କାର୍ଯ୍ୟ

mahabharatanews

କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

mahabharatanews