ଓଡିଶା

ଶାଳୀନତା ପୋଷାକ ପ୍ରସଙ୍ଗ; ଶ୍ରୀମନ୍ଦିରରେ ନିୟମ କଡ଼ାକଡ଼ି

(ପୁରୀ)  : ଏଣିକି ଶାଳୀନତା ପୋଷାକରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ  ।  ଶ୍ରୀମନ୍ଦିର ଭିତରକୁ ଚିରା ଫଟା ପୋଷାକଧାରୀଙ୍କୁ ମିଳିବନି ଅନୁମତି । ନୂଆ ବର୍ଷରୁ ଏ ନେଇ ନିୟମ କଡ଼ାକଡ଼ି ହେବା ପୂର୍ବରୁ କଡ଼ା ଆଭିମୁଖ୍ୟ ଆପଣେଇଛି ପ୍ରଶାସନ । ଏବେ ଠାରୁ ଚିରା ଫଟା କିମ୍ବା ଶାଳୀନତା ନଥିବା ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପଥରେ ଅଟକାଇଛନ୍ତି ସେବାୟତ ।

ସୂଚନାନୁଯାୟୀ , ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏ ନେଇ ନୂଆ ବର୍ଷ ଠାରୁ କଡ଼ାକଡ଼ି ଭାବେ ନିୟମ ଲାଗୁ ହେବ । ଏହା ପୂର୍ବରୁ ବର୍ତ୍ତମାନ ଭକ୍ତମାନଙ୍କୁ ସଚେତନ କରାଯାଉଛି । ଏହାର ଝଲକ ଆଜି ଶ୍ରୀମନ୍ଦିର ଆଗରେ ଦେଖିବାକୁ ମିଳିଛି । କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ । ଭଲ ଭାବେ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ ।

Related posts

ନିମଖଣ୍ଡି ରେ ବିଜେଡ଼ିର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

mahabharatanews

ଟ୍ରେନରେ କଟି ୨ ମୃତ

mahabharatanews