Uncategorized

ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶପାଲିଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାଁ ଚୂଡାନ୍ତ ହୋଇଛି । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିଥିବା ବେଳେ ୮ ଦିନ ପରେ ଦଳୀୟ ହାଇକମାଣ୍ଡ ତାଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ମୋହନ ଯାଦବ ଉଜ୍ଜୈନ ଦକ୍ଷିଣରୁ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ୟ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ରହିଥିବା ବେଳେ ୨୦୧୩ ରୁ ଲଗାତାର ବିଧାୟକ ଅଛନ୍ତି।
ସେହିପରି ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ମଧ୍ୟ ରହିବେ। ସେହିପରି ନରେନ୍ଦ୍ର ସିଂ ତୋମର ବିଧାନସଭା ବାଚସ୍ପତି ହେବା ନେଇ ସୂଚନା ରହିଛି ।

Related posts

ରାମ ମନ୍ଦିର ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

mahabharatanews

ବଦଳିଲା ଏମଏନଏସ ପତାକା

mahabharatanews

ଦିଲ୍ଲୀ ହିଂସା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

mahabharatanews