Uncategorized

ଭଗବାନ! ପୁଅଟିଏ ଦେଲ, ଦେଲନି କାନ

ଜୟପୁର: କରୋପୁଟ ଜୟପୁରର ଉମୁରୀ ତଳପରଜା ସାହିରେ ରାମଚନ୍ଦ୍ର ମଙ୍ଗରିଆଙ୍କ ଘର । ମଙ୍ଗରିଆ ଜଣେ ଦିନ ମଜୁରିଆ ଭାବେ କ।।ମ କରନ୍ତି । ସ୍ତ୍ରୀ କମଳା ଓ ଦୁଇ ଝିଅଙ୍କୁ ନେଇ ମଙ୍ଗରିଆଙ୍କ ପରିବାର । କିନ୍ତୁ ପୁଅଟିଏ ନ ଥିବାରୁ ମନରେ ଥିଲା ଦୁଃଖ । ଠାକୁରଙ୍କୁ ବହୁ ଗୁହାରି ପରେ ପୁଣି କମଳା ହେଲେ ଗର୍ଭବତୀ । ଠାକୁରଙ୍କ ପାଖରେ ମଙ୍ଗରିଆ ଓ କମଳା କେତେ ମାନସିକ କଲେ ପୁଅଟିଏ ପାଇଁ । ଠାକୁର ହୁଏତ ସେମାନଙ୍କ ଡାକ ଶୁଣିଲେ । ପୁଅଟିଏ ଜନ୍ମ ହେଲା ।
ହେଲେ ପୁଅଟିକୁ ଦେଖିବା ପରେ ମଙ୍ଗରିଆ ଓ ତାଙ୍କ ପତ୍ନୀଙ୍କ ହୃଦୟ ଦୁଃଖରେ ଭରିଗଲା । କାରଣ, ଭଗବାନ ସେମାନାଙ୍କ କୋଳକୁ ପୁଅଟିଏ ଦେଲେ ସିନା ହେଲେ ପୁଅଟିକୁ ଦେଲେନି କାନ । ହିଁ ଏହି ଶିଶୁପୁତ୍ରର ଦୁଇ ପଟେ କାନ ନାହିଁ। ଯାହାକୁ ଦେଖି ଏବେ ଚିନ୍ତାରେ ପରିବାର ଲୋକେ। ଶିଶୁଟିର ଏଭଳି ଅବସ୍ଥା ଦେଖି ଶିଶୁଟିକୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଅର୍ଥାଭାବରୁ ପରିବାର ଲୋକ ଆଉ ମେଡିକାଲ୍ ନେଇ ପାରିଲେ ନାହିଁ। ବର୍ତ୍ତମାନ ଶିଶୁଟି ଘରେ ରହିଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଚିକିତ୍ସା ବିଜ୍ଞାନ ଦ୍ୱାରା ଶିଶୁର କାନ ସ୍ୱାଭାବିକ କରାଯାଇ ପାରିବ । ତେଣୁ ପୁଅର ଚିକିତ୍ସା ପାଇଁ ଏବେ ମଙ୍ଗରିଆଙ୍କ ପରିବାର ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତାକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ, ରେଡକ୍ରସ୍ ପାଣ୍ଠି ସହ ସରକାରଙ୍କ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଯୋଜନାରେ ସାମିଲ କରି କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Related posts

ବାରାକପୁର ସାଂସଦଙ୍କୁ ଆକ୍ରମଣ ଅଭିଯୋଗ

mahabharatanews

କରୋନା ଆତଙ୍କ ମଧ୍ୟରେ ଚାକିରି ଛାଡିଲେ ୨୨୫ ନର୍ସ

mahabharatanews

ମଧ୍ୟାହ୍ନ ଭୋଜନ ଖାଇ: ୧୭ ଶିଶୁ ଗୁରୁତର

mahabharatanews