ଓଡିଶା

ବାହାରିଲେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ

(ଭୁବନେଶ୍ୱର) : ଜେଲରୁ ବାହାରିଲେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ । ଦୀର୍ଘ ୧୪ମାସ ପରେ ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନାଙ୍କୁ ନେବା ପାଇଁ ତାଙ୍କ ସ୍ୱାମୀ ଜଗବନ୍ଧୁ ଜେଲରେ ପହଞ୍ଚିଥିଲେ । ଆଜି ଜେଲରୁ ବାହାରିବା ପରେ ଗଣମାଧ୍ୟମକୁପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା ।

ସୂଚନାନୁଯାୟୀ, ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ । ୨ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି ।

Related posts

ବାଇକ ସହ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁ

mahabharatanews

ଜଳମୟ ଭୁବନେଶ୍ୱର

mahabharatanews

ନକ୍ସଲଙ୍କ ହିଂସାକାଣ୍ଡ; ଇନ୍ ଫର୍ମର ସନ୍ଦେହରେ ତିନିଙ୍କୁ ହତ୍ୟା 

mahabharatanews