ଓଡିଶା

ବଡଗୁଣ୍ଡରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ

କଣିହା: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବଡଗୁଣ୍ଡରୀ ଶ୍ରୀ ଗୁରୁଜୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ଉତ୍ସବରେ ଶିକ୍ଷାନୁଷ୍ଠାର ସଭାପତି ପ୍ରାଣବନ୍ଧୁ ସ୍ୱାଇଁଙ୍କ ଅଧ୍ୟକ୍ଷତାକ୍ରମେ ମୁଖ୍ୟଅତିଥି ଭାବରେ କଣିହାଁ ତହସିଲଦାର ଅଂଶୁମାନ ଶତପଥି ଯୋଗଦେଇ ତାଙ୍କ ବକ୍ତବ୍ୟରେ ଏକ ଉନ୍ନତ ମାନର ରାଷ୍ଟ୍ର ଗଠନ ପାଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷାଅନୁଷ୍ଠାନର ଶୈଖିକ ପଦ୍ଧତି ଏକ ପବିତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ନାଗରିକ ମହାଦେବ ବେହେରା ମୂଖ୍ୟବକ୍ତା ରୂପେ ଯୋଗଦେଇ ଯୁଗ ପୁରୁଷୋତ୍ତମ ପ୍ରଭୂ ଶ୍ରୀ ରାମ ଚନ୍ଦ୍ରଙ୍କ ଜୀବନୀକୁ ଆଧାର କରି ଶୃଙ୍ଖଳିତ ସାମଜ ଏବଂ ଆଦର୍ଶ ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ବଦ୍ଧପରିକର ହେବା ବେଧେୟ ବୋଲି ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ବଡଗୁଣ୍ଡରୀ ସରପଂଚ ଲୋକନାଥ ସାହୁ ଯୋଗଦେଇ ବିଭିଦତା ମଧ୍ୟରେ ଏକତା ଏକ ମହତ ଚିନ୍ତାଧାରା । ଆମ୍ଭେ ଇର୍ଶା, ଦ୍ୱେଶ ଓ ହିଁସା ଆଦିକୁ ଭୂଲି ଏକମନ ଏକପ୍ରାଣଦେଇ ସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାନୁଷ୍ଠାନ ପ୍ରଧାନଆଚାର୍ଯ୍ୟ କ୍ଷୀରୋଦ ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଦ୍ଧାନ କ୍ରମେ ଉତ୍ସବର ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସମ୍ପାଦକ ପ୍ରଭାକର ସାହୁ, ଓଡିଶା ଶିକ୍ଷାବିକାଶ ସମିତିର କାର୍ଯ୍ୟକର୍ତ୍ତା, ଶୁଭେଛୁ, ଅଭିଭାବକ/ ଅଭିଭାବିକା ମାନେ ଏହି ଉତ୍ସବରେ ସାମିଲ ଥିଲେ । ଉତ୍ସବରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ମେଧା ଛାତ୍ର ଛାତ୍ରୀ, ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଭାଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷାର୍ଦ୍ଧରେ ଶିକ୍ଷାନୁଷ୍ଠାନର ଶିଶୁ କଳାକାର ଭାଇଭଉଣୀ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଦର୍ଶକ ମାନଙ୍କ ପାଇଁ ବେଶ୍ ଆକର୍ଷଣ ସାଜିଥିଲା । ପ୍ରତିମା ଦେହୁରୀ, ସସ୍ମିତା ପ୍ରଧାନ,ସାଗରିକା ସ୍ୱାଇଁ, ମିଲି ବିଶ୍ୱାଳ, ମନ୍ଦାକିନି ସ୍ୱାଇଁ, ସୁଲୋଚନା ସତପଥି, ମମତା ମଂଜରୀ ମାଝି ପ୍ରମୁଖ ଗୁରୁମା ଗୁରୁଜୀ ପ୍ରମୁଖ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ ।

Related posts

୨୮ରେ ଆସୁଛି ଆଉ ଏକ ଲଘୁଚାପ: ସ୍କାଏମେଟ

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧ ମୃତ

mahabharatanews

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews