ଭାରତ

ଆତ୍ମସମର୍ପଣ କଲା ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ 

(ଦିଲ୍ଲୀ) : ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଲଲିତ ଝା ଗିରଫ । ଗୁରୁବାର ରାତିରେ ମାଷ୍ଟରମାଇଣ୍ଡ ଲଲିତ ଝା ଦିଲ୍ଲୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଲଲିତଙ୍କୁ ପଚରାଉଚରା କରାଯାଉଛି।

ସୂଚନାନୁଯାୟୀ , ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ପୋଲିସ ପୂର୍ବରୁ 5ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, କିନ୍ତୁ ଲଲିତଙ୍କ ବିଷୟରେ କୌଣସି ସୂଚନା ମିଳୁନଥିଲା । ଖବର ଆସିଥିଲା ଯେ ସେ ରାଜସ୍ଥାନର ଲୁଚି ରହିଥିବାର କିନ୍ତୁ ସେ ନିଜ ପୋଲିସ ଷ୍ଟେସନରେ ପହଞ୍ଚି ନିଜକୁ ପୋଲିସ ନିକଟରେ ସମର୍ପଣ କରିଥିଲେ। ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଂଜନ ସଂସଦ ଭବନକୁ ଯିବା ପାଇଁ ପାସ୍ ବ୍ୟବସ୍ଥା କରିଥିଲେ। ପୋଲିସ କହିଛି ଯେ ଏହି ସମସ୍ତ ଅଭିଯୁକ୍ତ ସୋସିଆଲ ମିଡିଆ ଗୋଷ୍ଠୀ ଭାଗବତ ସିଂ ଫ୍ୟାନ୍ କ୍ଲବ ସହ ଜଡିତ ଥିଲେ।ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲେ ।

Related posts

ଇସ୍ତଫା ଦେଲେ ପେଟିଏମ୍ ସିଇଓ ତଥା ସଭାପତି ଭବେଶ ଗୁପ୍ତା

mahabharatanews

ବନ୍ୟାରେ ଭାସି ୨୩ ଯବାନ ନିଖୋଜ, ହାଇ ଆଲର୍ଟ ଜାରି

mahabharatanews

ବିଶ୍ୱ ଖାଦ୍ୟ ଭାରତ ୨୦୨୩ ଉଦଘାଟନ କଲେ  ପ୍ରଧାନମନ୍ତ୍ରୀ ମୋଦି

mahabharatanews