ଓଡିଶା

ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

(ରାଉଲକେଲା) : ରାଉରକେଲାରେ ବ୍ୟାପିଥିବା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ରହିଛି । ଯେତିକି ସାମ୍ପଲ ରିପୋର୍ଟ ଆସିଛି , ସେଥିରୁ କଲେରା ଚିହ୍ନଟ ହୋଇଛି ।

ସୂଚନାନୁଯାୟୀ , ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୫୦୦ ରୁ ଅଧିକ ଆକ୍ରାନ୍ତ ଥିବାବେଳେ ଶତାଧିକ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ବିଶେଷ କରି ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ବେଶି ବ୍ୟାପିଛି ରୋଗ । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ମା କନକଦୁର୍ଗାଙ୍କ ତ୍ରିଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ

mahabharatanews

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews

ଉଜ୍ଜ୍ଵଳା ମ୍ୟାନଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା, ଦ୍ୱୀପ ଦାନ ସହ ବସ୍ତ୍ର ଓ ଫଳ ବାଣ୍ଟି ୫୭ଟି ବୃକ୍ଷରୋପଣ କଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ

mahabharatanews