ଓଡିଶା

ମା କନକଦୁର୍ଗାଙ୍କ ତ୍ରିଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ପାଟଣା ଗ୍ରାମର ଇଷ୍ଟ ଦେବୀ ମା କନକଦୁର୍ଗାଙ୍କ ତ୍ରିଦିନାତ୍ମକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ  ହୋଇଯାଇଛି। ତା ସହିତ ମା’ଙ୍କର ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ କରାଯାଇ ମା’ କନକଦୁର୍ଗା ଙ୍କର ବିଗ୍ରହକୁ ନୁତନ ମନ୍ଦିର ରେ ପ୍ରତିଷ୍ଠା କରାଯାଇଛି। କାହିଁ କେଉଁ ଆବାହମାନ କାଳରୁ ଏଠାରେ ମା କନକଦୁର୍ଗା ପୂଜା ପାଇ ଆସୁଛନ୍ତି। ମନ୍ଦିର ଟି ଜରାଜିର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିବାରୁ ଗ୍ରାମବାସୀ ଓ ଯୁବଗୋଷ୍ଠୀଙ୍କ ମିଳିତ ପ୍ରଚେଷ୍ଠାରେ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସହ ଏକ ଭବ୍ୟ ମନ୍ଦିର ତିଆରି ସମ୍ଭବ ହୋଇପାରିଛି।

ଚାରି ଦିନ ଧରି ବିଶ୍ଵ ଶାନ୍ତି ମହାଯଜ୍ଞ କରାଯିବା ସହ ପୁର୍ଣ୍ଣାହୁତୀ ଦିଆଯାଇଛି। ଏହି ଅବସରରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପୂଜାରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷିରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Related posts

ଜନ୍ମକଲା ମା’କୁ ହତ୍ୟା କଲା ପୁଅ

mahabharatanews

ପବିତ୍ର ଅକ୍ଷୟ ତୃତୀୟା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା

mahabharatanews

ଧାମନଗର ଉପ ନିର୍ବାଚନ: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଧାମନଗର ଫଳାଫଳ

mahabharatanews