(ଭୁବନେଶ୍ୱର) : ରାଜ୍ୟରେ ରାତି ହେଲେ କଲବଲ କରୁଛି ଥଣ୍ଡା । କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି ୫ଡିଗ୍ରୀରେ ଥରିଛି ଜି. ଉଦୟଗିରି । ଏଥି ସହିତ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩.୫ଡିଗ୍ରୀ ପାରଦ ଖସିଛି ।
ସୂଚନାନୁଯାୟୀ , ଜି. ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮.୫ ଡିଗ୍ରୀ । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।