ଓଡିଶା

ହଇଜା ସଂକ୍ରମଣ ଉଦ୍‌ବେଗଜନକ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି 

(ରାଉରକେଲା) : ରାଉରକେଲାରେ ହଇଜା ସଂକ୍ରମଣ କମିଥିଲେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। ବୁଧବାର ରାତିରେ ହଇଜା ପୁଣି ଆଉ ଜଣଙ୍କର ଜୀବନ ନେଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଆର୍‌ଜିଏଚ୍‌ରେ ୯୭ ହଇଜା ରୋଗୀ ଚିକିତ୍ସିତ ହେଉଛନ୍ତି। ହାଇଟେକ୍‌ ମେଡିକାଲରେ ୩୩, ବେଦବ୍ୟାସସ୍ଥ ଜୟପ୍ରକାଶ ହସ୍ପିଟାଲରେ ୩୭ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ୨୦ରୁ ଅଧିକ ହଇଜା ରୋଗୀ ଚିକିତ୍ସାଧୀନ ଅଛନ୍ତି।

ସୂଚନାନୁଯାୟୀ , ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପାଇକରାୟ, ଡାକ୍ତର ସଞ୍ଜିତ ଗରାବଡ଼ୁଙ୍କ ସମେତ ହଇଜା ଚିକିତ୍ସା ପାଇଁ ୧୮ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ମୃତକ ହେଲେ ରାଉରକେଲା ମଧୁସୂଦନପାଲିର ସାବିତ୍ରୀ ଗିରି (୪୫)। ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଚିକିତ୍ସିତ ହଇଜା ରୋଗୀଙ୍କ ସଂଖ୍ୟା ତିନିରୁ ଦୁଇ ଅଙ୍କକୁ ଖସିଛି।

Related posts

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି: ସୁରେଶ ପୂଜାରୀ

mahabharatanews

୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରରେ ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର

mahabharatanews

ଝଡ଼ବର୍ଷା : ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews