ଓଡିଶା

ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର/ ଆଦର୍ଶ ରାଉତ: ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ କମିଶନରେଟ ପୋଲିସ ଏସିପି, ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି ଉଦଘାଟନ କରିଥିଲେ। ସରକାରଙ୍କର କରୋନା ନିର୍ଦେଶାବଳିକୁ ଅନୁପାଳନ କରି ରକ୍ତଦାତାମାନେ ରକ୍ତଦାନ କରିଥିଲେ। ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଏହି ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।ସେବା ଫାଉଣ୍ଡେସନ ଓ ସମର୍ପିତ ଓଡ଼ିଶାର ସଦସ୍ୟ, ସଦସ୍ୟା ମାନେ ଏହି ଶିବିର କୁ ପରିଚାଳନା କରିଥିଲେ।
ଏହି କରୋନା ମହାମାରୀ ସମୟରେ ସମର୍ପିତ ଓଡିଶାର ଏହା ୨୧ତମ ଓ କମିଶନରେଟ ପୋଲିସ ସହଭାଗିତାରେ ଅଷ୍ଟମ ଶିବିର ଅଟେ। ଆଗାମୀ ଦିନରେ ମଧ୍ୟ ଏହିପରି ରକ୍ତ ସଂଗ୍ରହ ଅଭିଯାନ ଚାଲୁ ରହିବ ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଛନ୍ତି।

Related posts

ବିଦ୍ୟୁତ ନେଲା ଭାଲୁର ଜୀବନ

mahabharatanews

ଆଜି ଓଡିଶା ଆସୁଛନ୍ତି  ଏସ୍‌. ଜୟଶଙ୍କର 

mahabharatanews

ଫି ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ

mahabharatanews