ଭାରତ

ଆଜି ବର୍ଷର ସବୁଠାରୁ ଛୋଟ ଦିନ

(ଦିଲ୍ଲୀ) : ଆଜି ଡିସେମ୍ବର ୨୨ ସବୁଠାରୁ ଛୋଟ ଦିନ  । ସମଗ୍ର ବିଶ୍ୱର ଲୋକଙ୍କ ପାଇଁ ଶୁକ୍ରବାର ଏକ ବିଶେଷ ଦିନ କାରଣ ଡିସେମ୍ବର ୨୨ ରେ ଅଦୃଶ୍ୟ ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବ । ଜ୍ୟୋତିର୍ବିଜ୍ଞାନିଙ୍କ ମତରେ ଶୀତଦିନ ଆରମ୍ଭ ହୁଏବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ। ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ ।

ସୂଚନାନୁଯାୟୀ , ୨୨ ଡିସେମ୍ବର ବର୍ଷର ସବୁଠାରୁ ଛୋଟ ଦିନ ଏବଂ ବର୍ଷର ସବୁଠାରୁ ଲମ୍ବା ରାତି । ଶୁକ୍ରବାର ଦିନ ସମୁଦାୟ ଅବଧି ମାତ୍ର ୧୦ ଘଣ୍ଟା ୪୧ ମିନିଟ୍ ହେବ | ରାତିର ମୋଟ ଅବଧି ୧୩ ଘଣ୍ଟା ୧୯ ମିନିଟ୍ ହେବ । ପ୍ରତିବର୍ଷ ଏହି ଦିନ ଲୋକଙ୍କ ପାଇଁ ଆଲୋଚନାର ବିଷୟ ହୋଇଯାଏ ।

Related posts

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews

ଘାଟିରେ ଖସିଲା କ୍ୟାବ; ୧୦ ଯାତ୍ରୀ ମୃତ

mahabharatanews

ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି 

mahabharatanews