ଓଡିଶା

ଜାଣନ୍ତୁ ଜାନୁଆରୀ ୧ ସୋମବାର ଖୋଲିବ କି ନାହିଁ ନନ୍ଦନକାନନ

(ଭୁବନେଶ୍ୱର) :  ନୂଆବର୍ଷ ପାଇଁ ଧିରେ ଧିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ନନ୍ଦନକାନନରେ ମଧ୍ୟ ପର୍ଯ୍ୟଟଙ୍କ ଗହଳି ଆରମ୍ଭ ହୋଇ ଗଲାଣି । ଯାହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ସାଧାରଣତଃ ସୋମବାର ଦିନ ନନ୍ଦନକାନନର ପ୍ରାଣୀ ଏବଂ ଉତ୍ତିଦ ଉଦ୍ୟାନ ବନ୍ଦ ରହିଥାଏ ଏବଂ ଏଥର ୨୫ ଡିସେମ୍ବର ଏବଂ ଜାନୁଆରୀ ୧ ସୋମବାର ପଡୁଥିବାରୁ ଉକ୍ତ ଦିନ ନନ୍ଦନକାନନ ଖୋଲା ରହିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ ,ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିୂବା ନେଇ ସୂଚନା ରହିଛି । ସେହିପରି ଲୋକେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଏବଂ ଏକ ଅସ୍ଥାୟୀ ଟିକେଟ୍ କାଉଣ୍ଟର ମଧ୍ୟ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ପର୍ଯ୍ୟଟକ କାଞ୍ଜିଆହ୍ରଦ ସମେତ ଉଦ୍ଭିଦ ଉଦ୍ୟାନ ଓ ନନ୍ଦନକାନନକ ସବୁଜ ମନୋରମ ଦୃଶ୍ୟର ଏଞ୍ଜୟ କରିପାରିବେ ।

Related posts

ଶ୍ରୀ ମନ୍ଦିର ଚାରି ପାଖରୁ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ପ୍ରକ୍ରିୟା ଆରମ୍ଭ

mahabharatanews

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ 

mahabharatanews

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

mahabharatanews