(ଭୁବନେଶ୍ୱର) : ଧୀରେ ଧୀରେ ବଢ଼ିବାରେ ଲାଗିଛି ଥଣ୍ଡା । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବହୁତ ଅଧିକ ରହିଛି। ଭୋର ସମୟରେ ଅଧିକ କୁହୁଡ଼ି ଅନୁଭୂତ ହେଉଛି। କଟକ, ଭୁବନେଶ୍ବର, ବାଲେଶ୍ବର, ପାରାଦୀପ, ଚାନ୍ଦବାଲି, ବାଲେଶ୍ବର, ବାରିପଦା, ଗୋପାଳପୁର, ଫୁଲବାଣୀ ପ୍ରଭୃତି ସ୍ଥାନରେ ସ୍ବାଭାବିକଠାରୁ ୦.୫ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ଅନ୍ୟପକ୍ଷରେ କୋରାପୁଟ ପାହାଡ଼ିଆ ଅଞ୍ଚଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ୧୦ ଡିଗ୍ରି ରହିଥିଲା। ଅନ୍ୟ ସବୁଠି ତାପମାତ୍ରା ୧୦ ଡିଗ୍ରି ଉପରେ ଥିଲା।
ସୂଚନାନୁଯାୟୀ , ମଙ୍ଗଳବାର ଓ ବୁଧବାର ଭୋର ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ଘନ କୁହୁଡ଼ି J ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
