ଓଡିଶା

ଘନକୁହୁଡ଼ି : ୧୫ଜିଲ୍ଲାକୁ ସତର୍କ ଜାରି  

(ଭୁବନେଶ୍ୱର) :  ରାଜ୍ୟରେ ଲାଗି ରହିଥିବା ଶୀତ ଲହରୀ କମିଥିବା ବେଳେ କାୟା ମେଲାଇଛି ଘନ କୁହୁଡ଼ି ।  ମଧ୍ୟରେ ୨୮ଡିସେମ୍ବର ୨୦୨୩(ଗୁରୁବାର) ରାଜ୍ୟର ୧୫ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ‌ଅନୁଭୂତ ହେବ । ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି । ସଡ଼କଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Related posts

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

mahabharatanews

ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ମୃତ

mahabharatanews

ପ୍ରଚାର ପ୍ରସାର ପାଇଁ ହାତ ଖୋଲିଛନ୍ତି : ଅଭିଯୋଗ ଉପରେ ପଡୁନି ଦୃଷ୍ଟି

mahabharatanews