ଓଡିଶା

ଆଗାମୀ ୩ଦିନ କୁହୁଡ଼ି

(ଭୁବନେଶ୍ୱର) : କୁହୁଡ଼ିରୁ ଏବେ ନିସ୍ତାର ମିଳିବ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧାରୁ ଅଧିକ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

ସୂଚନାନୁଯାୟୀ, ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲୋକଙ୍କୁ ନାକେଦମ କରିଛି। ଢେଙ୍କାନାଳ ଓ ତାଳଚେରରେ ଅତିଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତାର ଯଥାକ୍ରମେ ୩୦ ମିଟର ଓ ୪୦ ମିଟର ରହିଥିଲା। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ କରାଯାଇଥିଲା।

Related posts

ପାଠ ପଢାଇବା ବଦଳରେ ପିଲାଙ୍କୁ ଝାଡୁ କରାଉଛନ୍ତି ଶିକ୍ଷକ

mahabharatanews

୬ ଘଣ୍ଟିଆ ବନ୍ଦ ଡାକରା

mahabharatanews

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

mahabharatanews