ଭାରତ

 ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ରା ୧୧ ଦିନ ରହିଲା, ଏହି ଶୁଭ ଉତ୍ସବର ସାକ୍ଷୀ ହେଉଥିବାରୁ ସେ ଭାଗ୍ୟବାନ୍। ମୋଦି ଆହୁରି କହିଛନ୍ତି, ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍‌ରେ କହିଛନ୍ତି, ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର 11 ଦିନ ବାକି ରହିଲା । ଏହି ଶୁଭ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି । ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି । ମୁସଲମାନ ହେଲେ ବି ଏହି ଅଭିନେତାଙ୍କ ନାଁ ରେ ରହିଛି ‘ରାମ’ ନାମ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି । ଏଥିଲାଗି ମୁଁ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରୁଛି ବୋଲି ଏହି ଅଡିଓ ବାର୍ତ୍ତାରେ ମୋଦି କହିଛନ୍ତି । ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି । ତେବେ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ଏବଂ ଏହି ସମୟରେ ମୁଁ ଉପସ୍ଥିତ ରହୁଥିବାରୁ ନିଜକୁ ଧନ୍ୟମନେ କରୁଛି ।

Related posts

ଆଜି ଶପଥ ଗ୍ରହଣ କରିବେ ରେୱନ୍ତ ରେଡ୍ଡୀ

mahabharatanews

ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

mahabharatanews

ଇନସୁଲିନ୍ ଯୋଗାଇବାକୁ କୋର୍ଟରେ ଆବେଦନ କଲେ କେଜ୍ରିୱାଲ

mahabharatanews