ଓଡିଶା

ଆସନ୍ତାକାଲି ପୁରୀରେ ପ୍ରଦର୍ଶିତ ହେବ ‘ଆହେ ନୀଳଶଇଳ’

(ଦିଲ୍ଲୀ) : ରାଜଧାନୀ ଭୁବନେଶ୍ବର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପ୍ରଦର୍ଶିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଏତିହାସିକ ନାଟକ ‘ଆହେ ନୀଳଶଇଳ’ ଏଥର ପୁରୀରେ ପ୍ରଦର୍ଶିତ ହେବ। ଗୁଣ୍ଡିଚା‌ ମନ୍ଦିର ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ନାଟକ ପ୍ରଦର୍ଶିତ ହେବ ବୋଲି ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ଅର୍ଥାତ ଆସନ୍ତା ୧୮ ତାରିଖ ସଂଧ୍ୟା ୬.୩୦ରେ  ଅଭିନୀତ ହେବ ‘ଆହେ ନୀଳଶଇଳ’।

ସୂଚନାନୁଯାୟୀ , ମଞ୍ଚ ନାଟକଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏ କଥାକୁ ଭୁଲ୍‌ ପ୍ରମାଣିତ କରିଛି ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ‘ଆହେ ନୀଳଶଇଳ’। ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୧ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ପୂର୍ବବତ୍ ଅତୁଟ ରହିଛି।

Related posts

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍,୨୦ ଗୁରୁତର

mahabharatanews

ଶ୍ମଶନକୁ ନେଇ ପୁଲିସ ଜନତା ମୁହାଁମୁହିଁ

mahabharatanews

ଓଡିଶା ପହଞ୍ଚିଲା ଚିକୁନ

mahabharatanews