ଓଡିଶା

ଆରମ୍ଭ ହେଲା ରାଜଧାନୀରେ ଆଦିବାସୀ ମେଳା

(ଭୁବନେଶ୍ଵର) : ଆରମ୍ଭ ହେଲା ରାଜଧାନୀରେ ଆଦିବାସୀ ମେଳା । ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୟୁନିଟ- ୧ ଆଦିବାସୀ ପଡ଼ିଆରେ ୧୧ ଦିନ ଆଦିବାସୀ ମେଳା ଚାଲିବ । ଏହା ଫେବ୍ରୁଆରୀ ୫ ଯାଏଁ ଚାଲିବ ମେଳା । ତେବେ ଚଳିତ ବର୍ଷ ମୋଟ୍ ୧୦୯ଟି ଷ୍ଟଲ ପଡ଼ିଛି । ରାଜଧାନୀବାସୀ ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଖାଇବା ସହ ବିିଭିନ୍ନ ସାମଗ୍ରୀ କିଣିପାରିବେ ।

ସୂଛାନାନୁଯାୟୀ,  ଏହି ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲ ରହିବ । ଏଥର ମେଳାରେ ଲାଞ୍ଜିଆ ସୌରା, ବଣ୍ଡା, ଚକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ ଆଦି ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେବେ । ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ସର୍ବସାଧାରଣଙ୍କ ପାଇଁ ଚାଲିବ । ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିବ।

Related posts

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

mahabharatanews

ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews

କୋଲାବ ଡ୍ୟାମ୍ରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ

mahabharatanews