ମନୋରଞ୍ଜନ

ବଡ ପରଦାରେ ଆସୁଛି ‘ରାମାୟଣ’

(ମୁମ୍ବାଇ) : ବଲିଉଡ୍‌ରେ ଅ‌ନେକ ଦିନରୁ ‘ରାମ‌ାୟଣ’ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ, ପ୍ରଭୁ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।

ସୂଚନାନୁଯାୟୀ,  ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଅଭିନେତା ମେ’ ୨୦୨୪ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ମାତା ସୀତାଙ୍କ ଚରିତ୍ର ପାଇଁ ପ୍ରଥମେ ଆଲିଆ ଭଟ୍ଟଙ୍କୁ ଅଫର ଦିଆଯାଇଥିବା ବେଳେ ସେ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମର ଅଫରକୁ ଗ୍ରହଣ କରିପାରିନଥିଲେ। ପରେ ସାଇ ପଲ୍ଲବୀଙ୍କୁ ଏହି ଅଫର ମିଳିଥିଲା।

Related posts

ଜୟାପ୍ରଦାଙ୍କୁ କୋର୍ଟ ପଳାତକ ଘୋଷଣା

mahabharatanews

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ନବଦୀପ

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews