ଭାରତ

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

(ବିହାର) : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର ।

ସୂଚନାନୁଯାୟୀ , ବିହାରରେ ଗତ ତିନି ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମହାମେଣ୍ଟ ଛାଡି ଏବେ ସେ ଏନଡିଏ ସହ ଯୋଡ଼ି ହୋଇଛନ୍ତି । ରବିବାର ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସନ୍ଧ୍ୟାରେ ନୀତୀଶ କୁମାର ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ

Related posts

ଚନ୍ଦ୍ରଯାନ-୩; କାଉଣ୍ଟ ଡାଉନ ଆରମ୍ଭ 

mahabharatanews

କରିନିଅନ୍ତୁ ଜରୁରୀ କାର୍ଯ୍ୟ: ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

mahabharatanews

ଅଜଣା ରୋଗରେ ଗଲାଣି ୩ମୁଣ୍ଡ

mahabharatanews