ଭାରତ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

(ବିହାର) : ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି ।

ସୂଚନାନୁଯାୟୀ , ଶପଥ ଗ୍ରହଣ ସମାରୋହରେ ଭାଜପା ସଭାପତି ଜେ.ପି. ନଡ୍ଡା ଉପସ୍ଥିତ ରହିଥିଲେ। ଭାଜପା ନେତା ସମ୍ରାଟ ଚୌଧୁରୀ ବିହାରର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିହାରରେ ଗତ ତିନି ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମହାମେଣ୍ଟ ଛାଡି ଏବେ ସେ ଏନଡିଏ ସହ ଯୋଡ଼ି ହୋଇଛନ୍ତି । ରବିବାର ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ  ।

Related posts

“କେଜ୍ରିୱାଲ୍‌ ଆତଙ୍କବାଦୀ ନୁହନ୍ତି’”: ସାଂସଦ ସଂଜୟ ସିଂହ

mahabharatanews

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

mahabharatanews

ପୋଲ ଭୁଶୁଡିବା ଘଟଣା; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

mahabharatanews