ଓଡିଶା

ଉଦୟଗିରିରେ ତାପମାତ୍ରା  ୬.୪ ଡିଗ୍ରି ରେକର୍ଡ 

(କନ୍ଧମାଳ) :  କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରକୁ ପୁଣି ଥରେ ଶୀତ ଫେରିଛି। ଏଠାରେ ଆଜି ତାପମାତ୍ରା ୬.୪ ଡିଗ୍ରି ରେକର୍ଡ କରାଯାଇଛି। ଫଳରେ ଜନଜୀବନ ସହିତ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ସୂଚନାନୁଯାୟୀ , ଲୋକେ କୁହୁଡ଼ି ଓ କୋହଲା ପାଗ ପାଇଁ ଘରୁ ବାହାରକୁ ବାହାରି ଆସିବାକୁ ଅସୁବିଧା ହେଉଥିବା ବେଳେ ଯାନବାହାନ ଯାତାୟାତ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲୋକେ ଖରା ପାଇବାକୁ ଅପେକ୍ଷା କରୁଥିଲେ। ହେଲେ ସୂର୍ଯ୍ୟକିରଣ ଦେଖା ନ ଥିଲା। କିନ୍ତୁ ଗତକାଲି ଠାରୁ ପାଗ ବଦଳି ଯାଇଛି ଓ ଘୁ ଉଦୟଗିରି ସହର ଓ ଗ୍ରାମାଞ୍ଚଳରେ ଶୀତ ଅନୁଭୂତ ଅଧିକ ହେବାରେ ଲାଗିଛି।

Related posts

ମା’ ତାରିଣୀଙ୍କର ଦ୍ୱାଦଶତମ ବାର୍ଷିକ ଉତ୍ସବ ଉଦ୍ୟାପିତ

mahabharatanews

କେନ୍ଦ୍ର ସରକାରଙ୍କ ବଜେଟ୍ ଐତିହାସିକ:ବୈଜୟନ୍ତ

mahabharatanews

ତତଲାଗଡ଼ ପାଲଟିଛି ବଲାଙ୍ଗୀର

mahabharatanews