ଓଡିଶା

ତତଲାଗଡ଼ ପାଲଟିଛି ବଲାଙ୍ଗୀର

ମଧୂସୁଦନ ବହିଦାର/ବଲାଙ୍ଗୀର: ସାରା ରାଜ୍ୟରେ ତତଲାଗଡ଼ ଭାବରେ ପରିଚିତ ବଲାଙ୍ଗୀର ଜିଲ୍ଲାରେ ତାତି ଅସମ୍ଭାଳ ହେଇ ପଡ଼ିଲାଣି। ଗତ କିଛିଦିନ ହେବ ତାପମାତ୍ରା ୪୪ ଡିଗ୍ରୀରେ ପହଁଚିଛି। ଅସହ୍ୟ ତାତିରେ ଜଳୁଛି ବଲାଙ୍ଗୀର ସହର । ଲାଗୁଛି ଚାରି ଆଡ଼େ ଅଗ୍ନୀବର୍ଷା ହେଉଛି ଯେମିତି। ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନରେ ସିଝୂୁଛନ୍ତି ଲୋକେ । ତାସାଙ୍ଗକୁ ଅଘୋଷିତ ବିଜୁଳି କାଟ । ସ୍ଥିତି ଏମିତି ହୋଇଛି ସକାଳ ୯ଟା ହେଲେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ଯାଉଛି। ରାସ୍ତାଘାଟ ପୁରା ଶୂନଶାନ । କାଁଭାଁ ଜଣେ ଦୁଇ ଜଣ ନିହାତି ଦରକାର ହେଉଥିଲେ ବାହାରକୁ ବାହାରୁ ଥିବା ବେଳେ ମୁଣ୍ଡରେ ଗାମୁଛା, ହାତରେ ଛତା ଧରି ଯାତାୟାତ କରୁଛନ୍ତି । ତାତି ଏମିତି ଅସହ୍ୟ ହୋଇଛି, ଯାହା ବର୍ଣ୍ଣନା କରିହେବ ନାହିଁ। ରେକଡ଼ ଭାଙ୍ଗିଛି ତାତି । ଆଗକୁ ପାରଦ ଆହୁରି ବଢିବାର ଆଶଙ୍କା କରାଯାଉଛି।

Related posts

ରାଜ୍ୟର ଯୁକ୍ତ ୩, ପିଜି ପରୀକ୍ଷା ବାତିଲ

mahabharatanews

ସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପା

mahabharatanews

୧୬ରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

mahabharatanews