ଓଡିଶା

ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

(ଦିଲ୍ଲୀ) : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଭବ୍ୟ ସ୍ବାଗତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ କରାଯାଇଛି।

ସୂଚାନନୁଯାୟୀ , କେବଳ ସେତିକି ନୁହେଁ, ଖଡ୍‌ଗେଙ୍କ ଭାଷଣ ଶୁଣିବା ପରେ ସେହି ବାର୍ତ୍ତା ରାଜ୍ୟର ଗାଁ ଗହଳି ପର୍ଯ୍ୟନ୍ତ କିଭଳି ଯିବ, ଦଳ ସେ ନେଇ ବି ଖସଡ଼ା ପ୍ରସ୍ତୁତ କରିଛି। ଶ୍ରୀ ଖଡ଼୍‌ଗେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଅଣାଯିବ। ଏହାପରେ ମଧ୍ୟାହ୍ନ ୧୨ଟାରେ ଲୋୟର ପିଏମ୍‌ଜିରେ ‘ଓଡ଼ିଶା ବଞ୍ଚାଓ ସମାବେଶ’ରେ ଯୋଗଦେବେ।

Related posts

ପିଆଇବି ପକ୍ଷରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା

mahabharatanews

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ବିରୋଧ 

mahabharatanews