ଓଡିଶା

୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ

(ଭୁବନେଶ୍ୱର) : ଫେବୃଆରୀ ୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ । ଗ୍ରାମୀଣ ଭୋଟ୍ ହାତେଇବା ପାଇଁ ବିଜେପିର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରୁଛି । ତେବେ ଫେବ୍ରୁଆରୀ ୯ରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି । ଏହା ଫେବ୍ରୁଆରୀ ୯ରୁ ୧୧ ତାରିଖ ଯାଏଁ ୩ ଦିନ ଅଭିଯାନ ଚାଲିବ।

ସୂଚନାନୁଯାୟୀ , ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ‘ଓଡ଼ିଶାର ୧ କୋଟି ପରିବାର ପାଖରେ ପହଞ୍ଚିବାକୁ ବିଜେପି ଲକ୍ଷ୍ୟ ରଖିଛି । କେନ୍ଦ୍ର ଦେଉଥିବା ସହାୟତା ବାବଦରେ ଲୋକଙ୍କୁ ସଚେତନ କରାଯିବ ବୋଲି ବିଜେପି କହିଛି । ଏ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଦେଖିବାକୁବାକି ରହିଲା ବିଜେପିର କଣ ରହିଛି ରଣନୀତି  ।

Related posts

‘ହଣ୍ଟର ଗ୍ରିନ୍‌’ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

mahabharatanews

ପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳ

mahabharatanews

ବେଆଇନ ବାଣ ତିଆରି ବେଳେ ବିସ୍ପୋରଣ 

mahabharatanews