ଓଡିଶା

ଆପତ୍ତି ଥିଲେ ଜିଲ୍ଲାପାଳଙ୍କୁ କରିହେବ ଅଭିଯୋଗ

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ୨୬ ତାରିଖ ସୁଦ୍ଧା ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚଙ୍କ ସଂରକ୍ଷଣ ଚୂଡାନ୍ତ ତାଲିକା ନିର୍ବାଚନ କମିଶନଙ୍କୁ ଦେବେ। ୩୦ ତାରିଖ ଭିତରେ ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ନିର୍ବାଚନ କମିଶନ ନିକଟରେ ଦାଖଲ ହେବ । ଏହାପରେ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି । ଭୋଟର ଲିଷ୍ଟ ପ୍ରସ୍ତୁତ ପାଇଁ ମାସେ ଦେଢ଼ମାସ ସମୟ ଲାଗିବ। ତାପରେ ନିର୍ବାଚନ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ସମ୍ପର୍କରେ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି । ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଉଛି। ଯଦି କାହାର ଏନେଇ କୌରସି ଆପତ୍ତି ଅଭିଯେ।।ଗ ଥିବ ତେବେ ସେମାନେ ୧୬ ତାରିଖ ମଧ୍ୟରେ ଆପତ୍ତି କରିପାରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ୨୧ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଆପତ୍ତି ଅଭିଯୋଗର ଶୁଣାଣି କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ ଓ ୨୨ ତାରିଖରେ ଶୁଣାଣି ସାରି ୨୯ରେ ସରକାରଙ୍କ ଅନୁମୋଦନ ଓ ୩୦ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

 

Related posts

ଲ୍ୟାମ୍ପ ନିଆଁରେ ଛାତ୍ରୀଙ୍କ ମୃତ୍ୟୁ

mahabharatanews

 ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା 

mahabharatanews

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews