ଭାରତ

ବାଣ କାରଖାନାରେ ଅଚାନକ ବିସ୍ଫୋରଣ , ୩ମୃତ

(କେରଳ) : ବାଣ କାରଖାନାରେ ଅଚାନକ ବିସ୍ଫୋରଣ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।

ସୂଚନାନୁଯାୟୀ , ଦକ୍ଷିଣ କନ୍ନଡର ବେଲଥାନଗଡ଼ି ବାଣ କାରଖାନାରେ ଏପରି ବିସ୍ଫୋରଣ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ବାଣ କାରଖାନାରେ ନିଆଁ ଲାଗିବା ସମୟରେ ପ୍ରାୟ ୯ ଜଣ ଗୋଦାମ ଭିତରେ ଉପସ୍ଥିତ ଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଆସିଥିଲା  । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁ ଆୟତ କରିବାରେ ସଫଳ ହୋଇଥିଲା । ସେହିପରି ପୋଲିସ ପହଞ୍ଚି ଏହି ଘଟଣାର ଜାଞ୍ଚ୍ ଆରମ୍ଭ କରିଛି ।

Related posts

ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ଅମୃତ ଉଦ୍ୟାନ

mahabharatanews

କୃଷକ ନେତା ରାକେଶ ଟିକାୟତଙ୍କ ମୁହଁରେ କାଳି ମାଡ଼

mahabharatanews

ଏହି ଦେଶକୁ ଛୁଇଁନି କରୋନା

mahabharatanews