ମନୋରଞ୍ଜନ

‘ମୁଁ ତୁମ ସହ ଅଛି ‘: ବିକି

(ମୁମ୍ବାଇ) : ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଥିଲେ।

ସୂଚନାନୁଯାୟୀ , ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନଥିଲା। ହେଲେ କମ ପାରିଶ୍ରମିକ ନେଇ ଘରକୁ ଆସିଥିବା ବିକିିଙ୍କ ଯୋଗଦାନ ସୋ’ ପାଇଁ ଅଧିକ ରହିଥିବା ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ସେ ଘରୁ ବାହାରକୁ ଆସି ସାରିଥିବା ବେଳେ ପତ୍ନୀଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ଆଜି ବିଗ୍ ବସର ଫାଇନାଲ ଥିବା ବେଳେ ଅଙ୍କିତାଙ୍କ ସହ ଫଟୋ ପୋଷ୍ଟ କରି ମୁଁ ତୁମ ସହ ଅଛି ବୋଲି ଲେଖିଛନ୍ତି ବିକି।

Related posts

ଏକାଠି ଠୁମକା ଲଗାଇଲେ କରିସ୍ମା ଓ ମାଧୁରୀ

mahabharatanews

ଇଦରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ   

mahabharatanews

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

mahabharatanews