ଭାରତ

ହନୁମାନ ପତାକାକୁ କାଢ଼ିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ

 (କର୍ଣ୍ଣାଟକ) : କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ହନୁମାନ ପତାକାକୁ କାଢ଼ିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ଅଞ୍ଚଳରେ ସୁରକ୍ଷାକୁ ଅଧିକ ଜୋରଦାର କରାଯାଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍‌ (ଜେଡିଏସ୍‌) ପକ୍ଷରୁ ଆଜି ଏକ ବିକ୍ଷୋଭ ରାଲି ପ୍ରଦର୍ଶନ ହେବା ପରେ ଅନେକ ପୁଲିସ୍‌ କର୍ମୀ ସେଠାରେ ନିୟୋଜିତ ହୋଇଛନ୍ତି।

ସୂଚନାନୁଯାୟୀ , ସକାଳେ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ପତାକା ହଟାଇବାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ ଏବଂ ସେମାନଙ୍କୁ ପୁଲିସ ଅଟକ ରଖିଥିଲା। କେରାଗୋଡୁ ଗ୍ରାମରେ ମଧ୍ୟ ଏହିପରି ଏକ ବିରୋଧ କରାଯାଇଥିଲା, ଯେଉଁଠାରେ ୧୦୮ ଫୁଟା ହନୁମାନଙ୍କ ପତାକାକୁ ଜିଲ୍ଲା ପ୍ରଶାସନ ଦ୍ୱାରା  ହଟାଇବା ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଏପରିକି ବିବାଦକୁ ରୋକିବା ପାଇଁ ପୁଲିସ୍‌ ଲାଠି ଚାଳନା ବି କରିଥିଲା।

Related posts

ଏନକାଉଣ୍ଟରରେ ଟଳିପଡିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର

mahabharatanews

ଚନ୍ଦ୍ର ବାବୁ ନାଇଡୁଙ୍କୁ ନିର୍ବାଚନ ଆୟୋଗର ନୋଟିସ

mahabharatanews

ବାତ୍ୟା ‘ମୋକା’ : ୧୦୦ରୁ ଅଧିକ ଲୋକ ନିଖୋଜ

mahabharatanews