ମନୋରଞ୍ଜନ

କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଟାଇଗର ୪’ ଘୋଷଣା

(ମୁମ୍ବାଇ) : ଆଗକୁ ଆସିବ ‘ଟାଇଗର ୩’ ଏଭଳି କିଛି କହି ଦର୍ଶନକୁ ଉତ୍ସାହିତ କରିଛନ୍ତି ଭାଇଜାନ ।  ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଦେଶ ତଥା ବିଶ୍ବର ବହୁ ବଡ଼ବ୍ୟକ୍ତି ଅହମଦାବାଦ୍ ଆସିଥିଲେ। ବଲିଉଡର ଭାଇଜାନ୍‌ ସଲମାନ ଖାନ ମଧ୍ୟ ‘ଟାଇଗର ୩’ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ।

ସୂଚନାନୁଯାୟୀ ,ଉଭୟ ‘ଟାଇଗର ୩’ର ପ୍ରମୋସନ ପାଇଁ ଆସିଥିବା ବେଳେ ସଲମାନ ଖାନ ଏକ ବଡ଼ ଘୋଷଣା କରିଛନ୍ତି। ସେ କ୍ୟାଟ୍ରିନା କୈଫ୍‌ ସହ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ସଲମାନ ଖାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ନୂଆ ଚଳଚ୍ଚିତ୍ର ‘ଟାଇଗର ୪’ର ଘୋଷଣା କରିଛନ୍ତି। ତାଙ୍କ ଘୋଷଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ବାସ୍ତବରେ ‘ଟାଇଗର୍‌ ୩’ର ପ୍ରମୋସନ ସମୟରେ କ୍ୟାଟ୍ରିନା କ୍ରିକେଟର୍‌ ବିରାଟ କୋହଲିଙ୍କ ଖେଳକୁ ପ୍ରଶଂସା କରୁଥିଲେ। ଏହି ସମୟରେ ସଲ୍‌ମାନ ‘ଟାଇଗର ୪’ର ଘୋଷଣା କରିଥିଲେ।

Related posts

ଆଖି ବୁଜିଲେ ‘ଗଜନୀ’ ଫେମ୍ ପ୍ରଦୀପ ରାୱତ

mahabharatanews

ଅକ୍ଟୋବରରେ ଆସୁଛି ‘ଦେବରା ପାର୍ଟ -୧’

mahabharatanews

କଙ୍ଗନାଙ୍କୁ କଳା ପତାକା ଦେଖାଇଲା କଂଗ୍ରେସ

mahabharatanews