ଓଡିଶା

୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

(ଭୁବନେଶ୍ୱର) :  ଆସନ୍ତା ୫ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହା ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଫେବୃଆରୀ ୫ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନରେ ରହିଛି ମୋଟ ୭ଟି କାର୍ଯ୍ୟ ଦିବସ । ଏଥିରେ କାମଚଳା ବଜେଟ ମଧ୍ୟ ରହିଛି । ଅଧିବେଶନ ପୂର୍ବରୁ ୪ତାରିଖରେ ବସିବ ସର୍ବଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ସର୍ବଦଳୀୟ ବୈଠକ ବସିବ ।

ସୂଚନାନୁଯାୟୀ ,  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି । ଏହା ସହ ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୫ତାରିଖରେ ହେବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ବସିବ । ଏହାସହ ବିରୋଧୀ ମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଗଠନ ମୂଳକ ଜବାବ ଦେବା ପାଇଁ ବୈଠକରେ ଆଲୋଚନା କରାଯିବ ।

Related posts

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews

ମାଓ ବିସ୍ପୋରଣର ଶିକାର ହେଲେ ଯବାନ

mahabharatanews

 ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ 

mahabharatanews