ଓଡିଶା

୨୦୨୪ ନିର୍ବାଚନରେ ଲଢିବେନି ନରସିଂହ

(ଭୁବନେଶ୍ୱର) : ନିର୍ବାଚନ ଲଢିବେନି ନରସିଂହ । ଏ ନେଇ ନରସିଂହ ନିଜେ ଘୋଷଣା କରିବା ସହିତ ଆସନ୍ତା ନିର୍ବାଚନରେ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବ । ଏ ନେଇ ଆମେ ୫ଟି ଗୁରୁତ୍ବପୂର୍ଣ୍ଣ କର୍ମୀ ସମ୍ମିଳନୀ କରିଥିଲୁ । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ ।
ସୂଚନାନୁଯାୟୀ , ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେହିପରି ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ମଧ୍ଯ ରେସରେ ଅଛନ୍ତି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସ୍ଥାନରେ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି।

Related posts

ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀରେ ବୃକ୍ଷରୋପଣ

mahabharatanews

ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

ରହସ୍ୟ ଘେରରେ ବଧୂହତ୍ୟା: କଠୋର କାର୍ଯ୍ୟାନୁଷ୍ଠାନ ଦାବିକଲେ ମୃତକଙ୍କ ଭାଇ

mahabharatanews