ଓଡିଶା

୩ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ 

(ଭୁବନେଶ୍ୱର) : ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ସ୍ୱର୍ଣ୍ଣିମ ଅବସରରେ ଫେବୃଆରୀ ୩ ତାରିଖ ଦିନ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ କରାଯାଇଛି । ଫେବୃଆରୀ ୩ ତାରିଖ ସକାଳ ୧୧ ଟା ୩୦ରେ ଗାଇବାକୁ ଅପିଲରେ କୁହାଯାଇଛି।
ସୂଚନାନୁଯାୟୀ , ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବାରୁ ପ୍ରବାସୀ ଓଡ଼ିଆଙ୍କ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଛି ।

Related posts

ଚାରି ବର୍ଷର ନାବାଳକ ଉପରେ ମାଡିଗଲା ଟ୍ରକ୍: ଘଟଣା ସ୍ଥଳରେ ହିଁ ମୃତ୍ୟୁ , କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

mahabharatanews

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

mahabharatanews

ବାଲିଗୁଡା ପୋଲିସ ଭାଙ୍ଗିଲା ଦେଶୀ ମହୁଲି ଭାଟି

mahabharatanews