ଭାରତ

ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

(ଦିଲ୍ଲୀ) : ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି  ଆକ୍ରୋଶ ମୂଳକ ଭାବରେ ହଇରାଣ କରୁଛି ବୋଲି ଆମ ଆଦମୀ ପାର୍ଟୀ(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ  ଦାବି କରିଛନ୍ତି । ତାଙ୍କୁ ଭାଜପାରେ ସାମିଲ ହେବା ଲାଗି ବାଧ୍ୟ କରାଯାଉଛି। ହେଲେ ସେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନାନୁଯାୟୀ ,ତେବେ ଏଏପି ବିଧାୟକଙ୍କୁ ଭାଜପା ଘୋଡା ବେପାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିବା ବେଳେ କେଜ୍‌ରିଓ୍ବାଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ଭାଜପା ଆମ ବିରୋଧରେ ଷଡଯନ୍ତ୍ର ରଚୁଛି, ହେଲେ ମୁଁ ଦୃଢ଼ ଅଛି। ନଇଁବି ନାହିଁ। ସେମାନେ ମୋତେ ଭାଜପାରେ ସାମିଲ ହେବାକୁ କହୁଛନ୍ତି, ହେଲେ କେବେ ବି ସେଠାକୁ ଯିବି ନାହିଁ ବୋଲି ଏକ ସ୍କୁଲର ଶିଳାନ୍ୟାସ କରିବା ଅବସରରେ କେଜରିଓ୍ବାଲ କହିଛନ୍ତି।

Related posts

ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

mahabharatanews

ଆଜି ଜାତୀୟ ସଦଭାବନା ଦିବସ

mahabharatanews

ଅମରନାଥ ଯାତ୍ରା : ଆଖି ବୁଜିଲେ ୨ ତୀର୍ଥଯାତ୍ରୀ

mahabharatanews