ମନୋରଞ୍ଜନ

ଫିଲ୍ମ ‘ଫାଇଟର୍‌’କୁ ଲିଗାଲ ନୋଟିସ  

(ମୁମ୍ବାଇ) : ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ନୂଆ ସିନେମା ‘ଫାଇଟର୍‌’ ଏବେ ବିବାଦ ଘେରରେ । ଭାରତୀୟ ବାୟୁସେନା ୟୁନିଫର୍ମରେ ଏକ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ ବଢ଼ିଥିବା ବେଳେ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ସୂଚନାନୁଯାୟୀ ,ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟ ଦୀପ୍‌ ଦାସ ଫିଲ୍ମ ନିର୍ମାତାଙ୍କ ବିରୋଧରେ ନୋଟିସ ଜାରି କରି ଏହି ଦୃଶ୍ୟକୁ ବାୟୁସେନାର ଅପମାନ ବୋଲି କହିଛନ୍ତି। ତେବେ ଏହାର କାହାଣୀ ଜମ୍ମୁ-କଶ୍ମୀରରେ ନିୟୋଜିତ ଦୁଇ ଜଣ ଦକ୍ଷ ଲଢୁଆ ପାଇଲଟ (ହ୍ରିତିକ-ଦୀପିକା)ଙ୍କୁ ନେଇ ଆଧାରିତ। ଆତଙ୍କବାଦୀ ଆକ୍ରମଣ ପରେ ଘଟିଥିବା ଘଟଣାକୁ ନେଇ ଏହି କାହାଣୀ ପ୍ରସ୍ତୁତ ହୋଇଛି। ସେପଟେ କାହାଣୀ ଆଗକୁ ବଢ଼ିବା ସହିତ ସେମାନେ ପ୍ରେମରେ ପଡ଼ିଯାଆନ୍ତି। ଗୋଟିଏ ଦୃଶ୍ୟରେ ସେମାନେ ବାୟୁସେନା ୟୁନିଫର୍ମ ପିନ୍ଧି ଓଠରେ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।

Related posts

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା

mahabharatanews

ଚିନ୍ତାରେ ଜ୍ୟାକଲିନ 

mahabharatanews

ବିଦ୍ୟା ବାଲାନଙ୍କ ଲୁକ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

mahabharatanews