ଓଡିଶା

ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ୫୦ ଫୁଟ ତଳକୁ ଖସିଲା କୋଇଲା ଅତଡ଼ା

ତାଳଚେର/ ଉତମ ଦାସ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ୫୦ ଫୁଟ ତଳକୁ ଖସିଲା କୋଇଲା ଅତଡା । ଅଳ୍ପକେ ବର୍ତ୍ତି ଗଲେ ଲୋଡର ଅପରେଟର ଓ ଟ୍ରକ ଡ୍ରାଇଭର।
ସୂଚନା ଅନୁସାରେ, ଗତକାଲି ଲିଙ୍ଗରାଜ କୋଇଲା ଖଣିରେ କୋଇଲା ଲୋଡିଙ୍ଗ ଚାଲୁଥିବା ବେଳେ ହଠାତ ୫୦ ଫୁଟ ଉପରୁ ୩୦ ଫୁଟ ଚଉଡ଼ାର ଏକ କୋଇଲା ଅତଡା ଟ୍ରକ ଓ ଲୋଡର ଉପରେ ଖସିପଡିଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଲୋଡର ଅପରେଟର ଓ ଟ୍ରକ ଡ୍ରାଇଭର । ପରେ ଆଉ ଏକ ଲୋଡର ମେସିନ ଆସି ଗାଡି ଉପରେ ପଡିଥିବା କୋଇଲା ଅତଡ଼ାକୁ ସଫାକରିବା ପରେ ଗାଡି ଦୁଇଟିକୁ କଢା ଯାଇଥିଲା । ପୂର୍ବରୁ ତାଳଚେରର ବିଭିନ୍ନ ଖଣି ଗୁଡିକରେ ଏଭଳି କୋଇଲା ଓ ମାଟି ଅତଡା ଖସି ଶ୍ରମିକ ମାନଙ୍କ ମୃତାହତ ହୋଇଥିବା ବେଳେ କୋଇଲା ଖଣି କତ୍ତୃପକ୍ଷଙ୍କର କୌଣସି ସୁରକ୍ଷା ଅଭିଜ୍ଞତା ଅଭାବରୁ ଏଭଳି ବାରମ୍ବାର ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

 

Related posts

ପୁଣି ଏକ ବାତ୍ୟାର ପୂର୍ବାନୁମାନ

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

କୋରାପୁଟରେ ୪ଜଣିଆ କେନ୍ଦ୍ରୀୟ ଟିମ୍

mahabharatanews