ମୁନିଗୁଡ଼ା/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ମୁନିଗୁଡ଼ା ପୋଲିସକୁ ମିଳିଛି ପୁଣି ସଫଳତା l ୨୮କେଜି ୪୦୦ ଗ୍ରାମ ଗଞ୍ଜେଇ ଯବତ କରିବା ସହ ୫ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ l ମୁନିଗୁଡା ଥାନା ଏସଆଇ ମନୋରଞ୍ଜନ ବିଶ୍ୱାଳ, ହାବିଲଦାର ଗୌରଚନ୍ଦ୍ର ପଣ୍ଡା, କନେଷ୍ଟବଳ ପ୍ରଫୁଲ୍ଲ କୁମାର ପତି, ଓଏପିଏଫ୍ କୁମୁଦନ ନାୟକ, ଧନପତି କୁମୁରୁକା ପ୍ରମୁଖଙ୍କ ସମେତ ଅନ୍ୟ ପୋଲିଲ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୁନିଗୁଡ଼ା ବସଷ୍ଟାଣ୍ଡରୁ ଟିକରପଡ଼ା ନିକଟସ୍ଥ ତୃତୀୟ ନମ୍ବର ପ୍ଲାଟଫର୍ମ ଦେଇ ପାଞ୍ଚଜଣ ସନ୍ଦିଘ୍ନ ଯୁବକ ୬ଟି ବ୍ୟାଗ ଧରି ରେଲୱେ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଏହି ପାଞ୍ଚ ଜଣକୁ ଅଟକାଇ ପଚାରା ଉଚରା କରିଥିଲେ ସନ୍ଦେହ ହେବାରୁ ଏହି ପାଞ୍ଚ ଜଣକୁ ଥାନାକୁ ଆଣି ଯାଞ୍ଚ କରିବା ପରେ ଏମାନଙ୍କ ପାଖରେ ଥିବା ୬ଟି ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଲା l ଗଞ୍ଜେଇ ଗୁଡିକୁ ଓଜନ କରିବା ପରେ ଉକ୍ତ ଗଞ୍ଜେଇ ଗୁଡିକ ୨୮କେଜି ୪୦୦ ଗ୍ରାମ ବୋଲି ଜଣାପଡିଲା l ଅନ୍ୟପଟେ ଗଞ୍ଜେଇ ଗୁଡିକ କେଉଁଠାରୁ ଆଣି କୁଆଡେ ନେଇକି ଯାଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନଥିବା ବେଳେ ଏହି ଗଞ୍ଜେଇ ଗୁଡିକ ଅଜୟ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆଣିଥିବା କହିଥିଲେ l ଉକ୍ତ ପାଞ୍ଚ ଜଣ ଗଞ୍ଜେଇ ଚାଲାଣକାରୀ ମାନେ ହେଲେ ମଧ୍ୟ ପ୍ରଦେଶର ରାଜନେଶ ସିଂ(୩୦), ପୁଷ୍ପେନ୍ଦୁ ସିଂ ଭାଟି(୩୦) ଏବଂ କେରଳରୁ ରଣଜିତ ଏମ(୩୦), ଆଲିବିନ ସାଜି(୨୩), ମହମ୍ମଦ ସୋହେଲ(୨୩) ବୋଲି ଜଣାପଡିଛି l ଏନେଇ ମୁନିଗୁଡା ପୋଲିସ ମୁନିଗୁଡା ଥାନାରେ ୨୯ଏନଡିପିଏସ ଆକ୍ଟ କେଶ ନମ୍ବର ୩୦/୨୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ପାଞ୍ଚ ଜଣ ଗଞ୍ଜେଇ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରିଥିବା ମୁନିଗୁଡ଼ା ଥାନା ଆଇଆଇସି ସୌଦାମିନୀ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
next post
