ଭାରତ

କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍

(ଭୁବନେଶ୍ୱର) : ବିଧାନସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସ୍ଥା ଭୋଟ୍ ପ୍ରସ୍ତାବ ଆଗତ କରିଥିଲେ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହେବେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ଅନେକ ନୋଟିସ୍ ପଠାଇବା ସତ୍ତ୍ୱେ ଦିଲ୍ଲୀ ସିଏମ ଏହାକୁ ଅଣଦେଖା କରିଥିଲେ । ଯେଉଁଥିବା ପାଇଁ ଶେଷରେ ଏଜେନ୍ସି କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହି ମାମଲାକୁ ନେଇ ଆଜି କୋର୍ଟରେ ହାଜର ହେବେ କେଜ୍ରିୱାଲ ।

ସୂଚନାନୁଯାୟୀ , ମଦ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ କେଜ୍ରିୱାଲଙ୍କୁ ଇଡି କହିଛି । ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ଡକାଇଥିଲା, କିନ୍ତୁ ଦିଲ୍ଲୀ ସିଏମ ହାଜର ହୋଇନଥିଲେ ଇଡି କାର୍ଯ୍ୟାୟରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ଆଗରେ ହଜାର ହୋଇନାହାନ୍ତି । ଇଡିର ସମନକୁ ସେ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି ।

Related posts

ଶପଥ ସମୟରେ ଫିଲିସ୍ତିନ ନାରା ଦେଇ ଫସିଲେ ଅସଦୁଦ୍ଦିନ ଓୱେସୀ

mahabharatanews

ବନାରସରୁ ଉଦ୍ଧାର ହେଲା ଜେପି ନଡ୍ଡାଙ୍କ କାର

mahabharatanews

ହୋଲି ପାଇଁ ଗଡିବ ସ୍ୱତନ୍ତ୍ର ଟ୍ରେନ

mahabharatanews