(ଭୁବନେଶ୍ୱର) : ରାତି ୧୦ରେ ଲିଙ୍ଗରାଜଙ୍କ ମହାଦୀପ । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ହୋଇଛି । ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ନିଯୋଗ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତ୍ତି ହୋଇଛି ।
ସୂଚନାନୁସାରେ, ଭୁବନେଶ୍ୱରର ଏକାମ୍ର ଶୈବ କ୍ଷେତ୍ର ଶ୍ରୀଲିଙ୍ଗରାଜ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇସାରିଛି । ସୂଚନା ଅନୁସାରେ, ଏଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଚତୁର୍ଥ ଟେଷ୍ଟ ମ୍ୟାଚରୁ ଇଂଲଣ୍ଡ ଖେଳାଳି ଜସପ୍ରୀତ ବୁମ୍ରାଙ୍କୁ ରିଲିଜ୍; ଏହି ଖେଳାଳି ହେଲେ ସାମିଲ ଆସନ୍ତା ମାର୍ଚ୍ଚ ୦୮ ତାରିଖରେ ପାଳନ ହେବ ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଆଜି ବୈଠକ ଅନୁଷ୍ଠିତ ହେଇଥିଲା ।