ଓଡିଶା

ଉଚ୍ଛେଦ ବେଳେ କାନ୍ଥ ଭୁଷୁଡି ଜେସିବି ଡ୍ରାଇଭର ଆହତ

(ମହାଭାରତ, ପୁରୀ): ପୁରୀରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଟ୍ଟାଳିକାଗୁଡିକର ଉଚ୍ଛେଦ ଚାଲିଥିବା ବେଳେ ଏକ କୋଠାର କାନ୍ଥ ଭୁଷୁଡି ଯାଇ ଜଣେ ଜେସିବି ଡ୍ରାଇଭର ଶନିବାର ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଲକ୍ଷ୍ମୀଧର ମୁଦୁଲି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ପୁରୀ ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଥିବା କୋଠାଗୁଡିକର ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଜେସିବି ଦ୍ୱାରା ଏକ କୋଠା ଭଙ୍ଗା ଯାଉଥିବା ବେଳେ ତାର ଗୋଟିଏ ପଟ କାନ୍ଥ ଭାଙ୍ଗି ଉକ୍ତ ଡ୍ରାଇଭରଙ୍କ ଉପରେ ପଡିଥିଲା । କାନ୍ଥ ତଳେ ଚାପି ହୋଇ ଜେସିବି ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related posts

ନବ ଦାସ ହତ୍ୟା ମାମଲା: କୋର୍ଟରେ ହାଜର ହେଲା ଗୋପାଳ

mahabharatanews

ପରୀ ହତ୍ୟାର ତଦନ୍ତ ପାଇଁ ଆଇପିଏସ ଅରୁଣଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠିତ

mahabharatanews

୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟିନେଲେ ବୁର୍ବୃତ୍ତ

mahabharatanews

Leave a Comment