ଓଡିଶା

ଉଚ୍ଛେଦ ବେଳେ କାନ୍ଥ ଭୁଷୁଡି ଜେସିବି ଡ୍ରାଇଭର ଆହତ

(ମହାଭାରତ, ପୁରୀ): ପୁରୀରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଟ୍ଟାଳିକାଗୁଡିକର ଉଚ୍ଛେଦ ଚାଲିଥିବା ବେଳେ ଏକ କୋଠାର କାନ୍ଥ ଭୁଷୁଡି ଯାଇ ଜଣେ ଜେସିବି ଡ୍ରାଇଭର ଶନିବାର ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଲକ୍ଷ୍ମୀଧର ମୁଦୁଲି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ପୁରୀ ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଥିବା କୋଠାଗୁଡିକର ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଜେସିବି ଦ୍ୱାରା ଏକ କୋଠା ଭଙ୍ଗା ଯାଉଥିବା ବେଳେ ତାର ଗୋଟିଏ ପଟ କାନ୍ଥ ଭାଙ୍ଗି ଉକ୍ତ ଡ୍ରାଇଭରଙ୍କ ଉପରେ ପଡିଥିଲା । କାନ୍ଥ ତଳେ ଚାପି ହୋଇ ଜେସିବି ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related posts

ବମକେଇ ଗାଁ ୭ ଦିନ ପାଇଁ ସଟଡାଉନ

mahabharatanews

ସ୍ୟାଣ୍ଡ ଆନିମେସନ ରେ ଋଷି କପୁରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

mahabharatanews

ଦେଶରେ କମୁଥିବା ବେଳେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews