ମନୋରଞ୍ଜନ

ମନିଂ ଲଣ୍ଡରିଂ ମାମଲା; ଅବ୍‌ଦୁଙ୍କୁ ସମନ ଜାରି

(ମୁମ୍ବାଇ) :  ଟେଲିଭିଜନ ଅଭିନେତା ତଥା ବିଗ୍ ବସ୍ ରନର୍ସ ଅପ୍ ଅବ୍‌ଦୁ ରୋଜିକଙ୍କୁ କିଏ ବା ନ ଜାଣିଛି ।  ମନିଂ ଲଣ୍ଡରିଂ ମାମଲାରେ ଅବ୍‌ଦୁ ରୋଜିକ ଛନ୍ଦି ହୋଇଯାଇଛନ୍ତି ଏପରିକି ଏହି କାରଣରୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ଫେବ୍ରୁଆରି ୧୪ ତାରିଖରେ ସମନ ଜାରି କରିଥିଲା। ଆଜି ପୁଣି ଏ ମାମଲାରେ ଅବ୍‌ଦୁଙ୍କୁ ପଚରାଉଚରା ପାଇଁ ଡକାଯାଇଛି।

ସୂଚନାନୁଯାୟୀ , ଫେବ୍ରୁଆରି ୨୭ ତାରିଖ ଦିନ ୧୨.୩୦ରେ ଅବ୍‌ଦୁଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରେ ତାଙ୍କୁ ମନିଂ ଲଣ୍ଡରିଂ ମାମଲାରେ ଟିକନିଖ ପ୍ରଶ୍ନ ପଚରାଯିବ। ଏହି ଘଟଣାକୁ ନେଇ ଅବ୍‌ଦୁଙ୍କ ଓକିଲ କହିଛନ୍ତି, ‘ଅବ୍‌ଦୁଙ୍କୁ ମନି ଲଣ୍ଡରିଂ ମାମଲାରେ ସାକ୍ଷୀ ଭାବେ ହାଜର ହେବାକୁ ଡକାଯାଇଛି।’

Related posts

ସ୍ୱାମୀଙ୍କ ସହ ଫଟୋ ପୋଷ୍ଟ କରି ଚର୍ଚାରେ ନୟନତାରା

mahabharatanews

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews

୩୦୦୦ କୋଟି ଟଙ୍କା ଟପିଲା ଉଭୟ ‘ଧୁରନ୍ଧର’

mahabharatanews