ମନୋରଞ୍ଜନ

ଜୟାପ୍ରଦାଙ୍କୁ କୋର୍ଟ ପଳାତକ ଘୋଷଣା

(ମୁମ୍ବାଇ) : ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ତାଙ୍କ ନାମରେ ୨ଟି ମାମଲା ରାମପୁରରେ ରୁଜୁ ହୋଇଥିଲା।

ସୂଚନାନୁଯାୟୀ , ଜୟାଙ୍କୁ ଫେବୃଆରି ୧୨ରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଅଭିନେତ୍ରୀ କୋର୍ଟରେ ପହଞ୍ଚି ନ ଥିଲେ।  ଏହାପରେ କୋର୍ଟ ସମନ ଜାରି କରି ଉଭୟ ମାମଲାରେ ଜୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାର ଶୁଣାଣି ରାମପୁରର ଏମପି-ଏମଏଲଏ ସ୍ପେଶାଲ କୋର୍ଟରେ ଚାଲୁଛି।

Related posts

ଶରୀର ପାଇଁ ଚର୍ଚାରେ ମଡେଲ ବ୍ଲାଦିସ୍ଳାଭା ଗେଲଗନ୍

mahabharatanews

‘ଡନ୍-୩’ରୁ ହଟିଲେ କିଙ୍ଗ ଖାନ୍

mahabharatanews

ଆସୁଛି ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ 

mahabharatanews