ଓଡିଶା

ସାବଧାନ ବୁଲୁଛି ବଉଳା କୁମ୍ଭୀର

(କଟକ) : ମହାନଦୀ ପଠାରେ ବୁଲୁଛି ବଉଳା କୁମ୍ଭୀର । ତେବେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ । ଏ ନେଇ ଖବର ପାଇବା ପରେ ଉଦ୍ଧାର କରିଛି ବନବିଭାଗ । ଉଦ୍ଧାର କରି କୁମ୍ଭୀରକୁ ସାତକୋଶିଆରେ ଛାଡିଛି ବନବିଭାଗ ।

ସୂଚନାନୁସାରେ, କେନ୍ଦୁପଲ୍ଲୀ ଗ୍ରାମର ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ମହାନଦୀକୁ ମାଛ ମାରିବା ପାଇଁ ଯିବାବେଳେ ରାସ୍ତା ମୁହାଁ ହୋଇଥିବା ଏକ କୁମ୍ଭୀରକୁ ହଠାତ୍ ଦେଖିଥିଲେ । ଏହାପରେ ସେ ଗ୍ରାମବାସୀଙ୍କୁ ଏ ନେଇ ଖବର ଦେଇଥିଲେ । ଗ୍ରାମବାସୀମାନେ ଏକତ୍ରିତ ହେବା ସହ କୁମ୍ଭୀରକୁ କାବୁ କରି ଗଣିଆ ବନବିଭାଗକୁ ଫୋନକରି ଜଣାଇଥିଲେ ।  ବନବିଭାଗର ଉଦ୍ଧାର କୁମ୍ଭୀରକୁ ବଡମୁଳ ସ୍ଥିତ ସାତକୋଶିଆ ଗଣ୍ଡରେ ଛଡାଯାଇଥିଲା ।

Related posts

ଆଜି ପ୍ରବଳ ବର୍ଷା ସମ୍ଭାବନା:,୨୦ ଜିଲ୍ଲାକୁ  ୟେଲୋ ଓ୍ଵାର୍ଣ୍ଣିଂ ଜାରି 

mahabharatanews

ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

mahabharatanews