ଓଡିଶା

ସାବଧାନ ବୁଲୁଛି ବଉଳା କୁମ୍ଭୀର

(କଟକ) : ମହାନଦୀ ପଠାରେ ବୁଲୁଛି ବଉଳା କୁମ୍ଭୀର । ତେବେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ । ଏ ନେଇ ଖବର ପାଇବା ପରେ ଉଦ୍ଧାର କରିଛି ବନବିଭାଗ । ଉଦ୍ଧାର କରି କୁମ୍ଭୀରକୁ ସାତକୋଶିଆରେ ଛାଡିଛି ବନବିଭାଗ ।

ସୂଚନାନୁସାରେ, କେନ୍ଦୁପଲ୍ଲୀ ଗ୍ରାମର ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ମହାନଦୀକୁ ମାଛ ମାରିବା ପାଇଁ ଯିବାବେଳେ ରାସ୍ତା ମୁହାଁ ହୋଇଥିବା ଏକ କୁମ୍ଭୀରକୁ ହଠାତ୍ ଦେଖିଥିଲେ । ଏହାପରେ ସେ ଗ୍ରାମବାସୀଙ୍କୁ ଏ ନେଇ ଖବର ଦେଇଥିଲେ । ଗ୍ରାମବାସୀମାନେ ଏକତ୍ରିତ ହେବା ସହ କୁମ୍ଭୀରକୁ କାବୁ କରି ଗଣିଆ ବନବିଭାଗକୁ ଫୋନକରି ଜଣାଇଥିଲେ ।  ବନବିଭାଗର ଉଦ୍ଧାର କୁମ୍ଭୀରକୁ ବଡମୁଳ ସ୍ଥିତ ସାତକୋଶିଆ ଗଣ୍ଡରେ ଛଡାଯାଇଥିଲା ।

Related posts

ବାଇକ କଚାଡି ଭାଙ୍ଗିଲା ଦନ୍ତା

mahabharatanews

ଜାତୀୟ ‘ଭୂମି ସମ୍ମାନ’; ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ 

mahabharatanews

ବିଦ୍ୟୁତ କାଟ ପ୍ରସଙ୍ଗରେ ଆଜି ହେବ ବୈଠକ

mahabharatanews